ପ୍ରମୁଖ ଖବର
  • ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀଙ୍କ ପରଲୋକ
  • ||
  • କଟକ; ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା,ଅନୁଭବ ମାହାନ୍ତିଙ୍କ ନାରେ NBW ଜାରି
  • ||
  • ନୀଳଗିରିରେ ଶକ୍ତି ଦେଖାଇ ବିରୋଧୀଙ୍କୁ ଚୁପ କରାଇଲେ ସୁକାନ୍ତ। ୨୫ ହଜାର ସମର୍ଥକ ଗହଣରେ କଲେ ପ୍ରାର୍ଥୀପତ୍ର ଦାଖଲ।
  • ||
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ଖରାପ ନଜରରୁ ରକ୍ଷା କରେ ଇଭଲ୍ ଆଇ, ଘରେ ଏହି ଦିଗରେ ଲଗାଇଲେ ମିଳେ ଶୁଭଫଳ...

ଭୁବନେଶ୍ୱର, ୨୦।୪: ଘର ନିର୍ମାଣ ହେଉ କିମ୍ୱା ପରିବାରରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ଏଥିପାଇଁ କିଛି ନିୟମ ରହିଛି । ଏହି ନିୟମକୁ ପାଳନ କଲେ ଶୁଭଫଳ ମିଳିଥାଏ । ଆସନ୍ତୁ ଜାଣିବା ଏ ବିଷୟରେ...

ଲିଭିଂ ରୁମ୍‌ରେ ଲଗାନ୍ତୁ: ଇଭିଲ୍ ଆଇକୁ ଘରର ଲିଭିଂ ରୁମ୍‌ରେ ରଖିଲେ ଏଥିରୁ ବିଶେଷ ଲାଭ ମିଳିଥାଏ । ଅତିଥିଙ୍କ ବସିବା ସ୍ଥାନର ବିପରୀତ ଦିଗରେ ଏହାକୁ ଲଗାଇବା ଶୁଭ । ଯଦି ଲିଭିଂ ରୁମ୍‌ର ପୂର୍ବ ଦିଗରେ ଅତିଥି ବସନ୍ତି, ଏହାକୁ ପଶ୍ଚିମ ଦିଗରେ ଲଗାଇବା ଉଚିତ୍ । ଝରକାରେ ଇଭିଲ୍ ଆଇ ଦର୍ପଣ ଲଗାଇପାରିବେ । 

ପଢ଼ା ଓ ଶୟନ କକ୍ଷରେ ଲଗାଇବା ଶୁଭ: ପିଲାମାନେ ପଢ଼ାରେ ଧ୍ୟାନ କେନ୍ଦ୍ରିତ କରୁନଥିଲେ, ଏହାକୁ ଘରର ଷ୍ଟଡିରୁମ୍‌ ବା ପଢ଼ାଘରେ ଲଗାଇବା ଶୁଭ । ଏହାଦ୍ୱାରା ପିଲାଙ୍କ ଉପରେ କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିନଥାଏ । ସେହିପରି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମଜବୁତ୍ ହେବା ପାଇଁ ଏହାକୁ ଶୋଇବା ଘରେ ଲଗାଇବା ଶୁଭ । ସମ୍ପର୍କ ମଜବୁତ୍ ହେଲେ ଦାମ୍ପତ୍ୟ ଜୀବନ ସୁଖମୟ ଏବଂ ଶାନ୍ତିପୂର୍ଣ୍ଣ ହୋଇଥାଏ । 

ଘର ବଗିଚା ପାଇଁ ଉତ୍ତମ: ଇଭିଲ୍ ଆଇକୁ ଗଛରେ ଝୁଲାଇବା ଦ୍ୱାରା ଭଲ ଶକ୍ତି ଆକର୍ଷିତ ହୁଅନ୍ତି । ତେବେ ଏହାକୁ ବଗିଚାର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ । ବଗିଚାର ମଝାମଝି ନଚେତ୍ ଉତ୍ତର ଦିଗରେ ଏହାକୁ ଲଗାନ୍ତୁ । ଏହାଦ୍ୱାରା ଇଭିଲ୍ ଆଇର ପୂର୍ଣ୍ଣ ଫଳ ଲାଭ ହୁଏ ।   

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.